ରେଡ୍ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା। ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ୱାଇ.ବି.ଖୁରାନିଆ। ଡିଜିପି କହିଛନ୍ତି ମୂଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି। ମାମଲାର ତ୍ୱରିତ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ। ଜିଲ୍ଲା ପୁଲିସ ଭଲ ତଦନ୍ତ କରିବ, ଭଲ ରେଜଲ୍ଟ ବାହାରିବ ବୋଲି ଆଶା କରାଯାଉଛି। ମଙ୍ଗଳବାର ସଂଧ୍ୟାରେ ଚାନ୍ଦବାଲି ଥାନା ବାଲିଗାଁ ପଞ୍ଚାୟତର ଜଙ୍ଗଲରୁ ୧୦ବର୍ଷିୟା ନାବାଳିକାର ମୃତଦେହ ମିଳିଥିଲା। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଘଟଣା ଘଟିଥିବା ସ୍ଥାନରେ ରହିଥିବା ଜବର ଦଖଲକୁ ପ୍ରଶାସନ ଉଚ୍ଛେଦ କରିଛି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଶୋକବ୍ୟକ୍ତ କରିବା ସହ ପିଡୀତଙ୍କ ପରିବାକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ରାମପାଲ୍ଲି ଗ୍ରାମରେ ଥିବା ଅଭିଯୁକ୍ତର ଘରକୁ ମହିଳାମାନେ ଭାଙ୍ଗିଛନ୍ତି ଓ ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି ଘେରାଉ କରିଥିଲେ।














