ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ରଙ୍କ ହତ୍ୟା ପରେ ଏବେ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ପ୍ରସଙ୍ଗ ହୋଇ ସାରିଛି । ଯାହାର ପ୍ରତିବାଦରେ ବିକ୍ଷୋଭ କରୁଥିବାବେଳେ ଲଣ୍ଡନରେ ହିନ୍ଦୁ ଏବଂ ଖାଲିସ୍ତାନୀ ସମ୍ପ୍ରଦାୟ ମୁହାଁମୁହିଁ ହୋଇଛନ୍ତି । ଲଣ୍ଡନରେ ଦୀପୁ ଚନ୍ଦ୍ରଙ୍କ ହତ୍ୟା କାଣ୍ଡକୁ ନେଇ ହିନ୍ଦୁମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ସେଠାରେ ଖାଲିସ୍ତାନୀ ସମର୍ଥକ ପହଁଚି ନାରାବାଜି କରିଥିଲେ । ଖାଲିସ୍ତାନୀମାନେ ମହମ୍ମଦ ୟୁନୁସଙ୍କ ସମର୍ଥନରେ ବାହାରିଥିଲେ । ଖାଲି ହିନ୍ଦୁଙ୍କୁ ବିରୋଧ କରିନଥିଲେ ବରଂ ସେମାନଙ୍କୁ ମଧ୍ୟ ଧମକ ଦେଇଥିଲେ । ପରିସ୍ଥିତି ଅଣାୟତ ହେଉଥିବା ଦେଖି ସ୍ଥାନୀୟ ପୋଲିସ ହସ୍ତକ୍ଷେପ କରିବା ପରେ ମାମଲା ଧିର ପଡ଼ିଥିଲା। ତେବେ ଏହା ଭାରତ ଆଡ଼କୁ ମଧ୍ୟ ଇଙ୍ଗିତ କରୁଛି । ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନ ବାରମ୍ବାର ଭାରତ ବିରୋଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ମନ୍ତବ୍ୟ ଦେଇ ଟାର୍ଗେଟ୍ କରିଥାଏ । ନିକଟରେ ଏକ ଭିଡ଼ିଓ ଜାରି କରି ବାଂଲାଦେଶର ସମର୍ଥନରେ କହିଥିଲା ।

LEAVE A REPLY

Please enter your comment!
Please enter your name here