ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ-ହାୱଡ଼ା ମୁଖ୍ୟ ରେଳ ପଥରେ ଆସନସୋଲ ରେଳ ଡିଭିଜନର ଜମୁଈ ଜିଲ୍ଲା ଅନ୍ତର୍ଗତ ଟେଲବା ବଜାର ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ବିହାରରେ ବଥୁଆ ନଦୀ ରେଳ ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି । ସିମେଣ୍ଟ ଭର୍ତ୍ତି ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ୩ ତିନୋଟି ବଗି ନଦୀ ଗର୍ଭରେ ପଡ଼ିଯାଇଛି । ରେଳ ବିଭାଗ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଁଚି ରେଳ ବଗି ଗୁଡ଼ିକୁ ଉଦ୍ଧାର କରିବାକୁ ପ୍ରକ୍ରିୟା ଜାରି ରଖିଛନ୍ତି । ଟ୍ରେନରେ ସିମେଣ୍ଟ ନେଇ ଜସୀଡିହରୁ ଝାଝା ଅଭିମୁଖେ ଯାଉଥିଲା । ଏହି ସମୟରେ ବଥୁଆ ନଦୀ ବ୍ରିଜ୍ ଉପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଟ୍ରେନଟି ବ୍ରିଜରୁ ବାହାରିବା ସମୟରେ ବଗି ଗୁଡ଼ିକ ଭାରସାମ୍ୟ ହରାଇ ଟ୍ରାକରୁ ବାହାରି ଯାଇଥିଲା । ଦିଲ୍ଲୀ-ହାୱଡ଼ା ମୁଖ୍ୟ ମାର୍ଗରେ ମଧ୍ୟ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଦୁର୍ଘଟଣାର ଖବର ପାଇ ପୋଲିସ, ଆରପିଏଫ୍ ଏବଂ ରେଳ କର୍ମଚାରୀ ପହଁଚି ତଦାରଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here