ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଗିରଫ କଲା ଭିଜିଲାନ୍ସ। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। ଚଢାଉ ବେଳେ ଜିତେନ୍ଦ୍ର ପଣ୍ଡାଙ୍କ ଘରୁ ୭୫ ଲକ୍ଷ ଜବତ କରାଯାଇଛି। ଭୁବନେଶ୍ବର ବଡ଼ଗଡ଼ ବ୍ରିଟ କଲୋନୀ ସ୍ଥିତ ଶାଶୁଙ୍କ ଘରୁ ଏହି ୭୫ ଲକ୍ଷ ଟଙ୍କା ଜବତ କରାଯାଇଛି ଓ ୩ଟି କୋଠା, ଗୋଟିଏ ଫ୍ଲାଟ ଏବଂ ୪ଟି ଦାମୀ ପ୍ଲଟ ଭିଜିଲାନ୍ସ ହାତରେ ଲାଗିଛି। ଭୁବନେଶ୍ୱରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ ଠାବ କରାଯାଇଛି । ୫୬୦ ଗ୍ରାମ ସୁନା, ଚାରିଚକିଆ ଗାଡ଼ି ସହିତ ଏସବିଆଇରେ ଲକର ମଧ୍ୟ ରହିଛି। ଗୋଟିଏ ଦାମୀ କାର୍, ୧୬ ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର ଠାବ ହୋଇଛି ।୧୯୯୫ରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ ମାସିକ ୨ ହଜାରରେ ଚାକିରି ଆରମ୍ଭ କରିଥିଲେ ଜିତେନ୍ଦ୍ର ପଣ୍ଡା । ସେ ନିଜ ଆୟଠୁ ବହୁତ ଅଧିକ ସଂପତ୍ତି କମାଇଛନ୍ତି କିନ୍ତୁ ଏସବୁ ସଂପତ୍ତି କେମିତି କମାଇଲେ ତାର କୌଣସି ଉତ୍ତର ଜିତେନ୍ଦ୍ର ପଣ୍ଡା ଭିଜିଲାନ୍ସକୁ ଦେଇପାରିନାହାନ୍ତି।

LEAVE A REPLY

Please enter your comment!
Please enter your name here