ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପରେ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ପ୍ରତିକ୍ରିୟା ରଖଛନ୍ତି। ସେ କହିଛନ୍ତି ଯେ, ଆଜି ଆମେ ଶୁଣିଲୁ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେନା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ତାଙ୍କ ଦେଶରୁ ଧରି ଆମେରିକା ନେଇଯାଇଛନ୍ତି। ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ତାଙ୍କ ଦେଶରୁ ଅପହରଣ କରିପାରିବେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପାକିସ୍ତାନ ଯାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଭାରତ ଫେରାଇ ଆଣିପାରିବେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଭେନେଜୁଏଲାର ଘଟଣା ପରେ ଭାରତ ଶନିବାର ରାତିରେ ସେଠାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭେନେଜୁଏଲାର ଅଣ-ଅବଶ୍ୟକୀୟ ଯାତ୍ରା ଏଡାଇବାକୁ ତାହାର ନାଗରିକମାନଙ୍କୁ ପରାମର୍ଶ ଦେଇଥିଲା। ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଧରିବା ସହିତ ଜଡିତ ଘଟଣାକ୍ରମକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଏହି ପରାମର୍ଶ ଜାରି କରିଛି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଭେନେଜୁଏଲାରେ ଉପସ୍ଥିତ ସମସ୍ତ ଭାରତୀୟଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଏବଂ ସେମାନଙ୍କ ଗତିବିଧିକୁ ସୀମିତ କରିବାକୁ କହିଛି।ଭେନେଜୁଏଲାରେ ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି, ଭାରତୀୟ ନାଗରିକମାନଙ୍କୁ ସେଠାକୁ ସମସ୍ତ ଅଣ-ଅତ୍ୟାବଶ୍ୟକୀୟ ଯାତ୍ରା ଏଡାଇବାକୁ କଡ଼ା ପରାମର୍ଶ ମଧ୍ୟ ଦିଆଯାଇଛି।














