୨୦୧୯ ନିର୍ବାଚନକୁ ନେଇ ସବୁଆଡେ ଚାଲିଛି ଜୋରଦାର ପ୍ରଚାର । ଏବେଠାରୁ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇଉଠିଛି । ଦେଶର ପ୍ରମୁଖ ରାଜନୈତିକ ଦଳ ଗୁଡିକର ନେତାମାନେ ବିଭିନ୍ନ ରାଜ୍ୟକୁ ଯାଇ ନିଜ ଆଡକୁ ନେବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏବେ ଉଭୟ କଂଗ୍ରେସ ଓ ବିଜେପି ନଜର ଓଡ଼ିଶା ଉପରେ । ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଡିସେମ୍ବର ୨୪ରେ ମୋଦୀଙ୍କର ଖୋର୍ଦ୍ଧା ଆସିବା କାର୍ଯ୍ୟକ୍ରମ ରହିଛି । ଏନେଇ ନିଶ୍ଚିତକୋଇଲି ଜନସମ୍ପର୍କ ପଦଯାତ୍ରାରେ ରାଜ୍ୟ ଭାଜପା ପ୍ରଭାରି ଅରୁଣ ସିଂ ସୁଚନା ଦେଇଛନ୍ତି । ତେବେ ଖୋର୍ଦ୍ଧାରେ ଆୟୋଜିତ ହେବାକୁ ଯାଉଥିବା ବିଶାଳ ସମାବେଶରେ ମୋଦି ଯୋଗଦେବେ ବୋଲି ସେ କହିଛନ୍ତି ।
ସେହିଭଳି ଡିସେମ୍ବର ଶେଷ ସପ୍ତାହରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡିଶା ଆସିବେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସୁଚନା ଦେଇଛନ୍ତି । ରାହୁଲ ଦୁଇ ଦିନ ଓଡିଶାରେ ରହିପାରନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here