ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ଓଡ଼ିଶାର ରାୟଗଡ଼ା ଜିଲାର ନାଇରା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ୩ ଜଣ ଦୃବୁର୍ତ୍ତ ମିଶି ଗଣଦୁଷ୍କର୍ମ କରିଛନ୍ତି। ସୂଚନା ଅନୁସାରେ, ଗତକାଲି ନାବାଳିକା ଜଣକ ନିକଟସ୍ଥ ଜଙ୍ଗଲକୁ କାଠ ପାଇଁ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ଗୁଡ଼ାରୀ ଆଇଆଇସି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଅଭିଯୁକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରଉଚରା କରୁଛି ପୋଲିସ।














