ନିଜ ବୁଦ୍ଧିକୁ କମାଲ କରି ଦେଖାଇଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ର । ପାଠ ପଢୁଛନ୍ତି ନବମ ଶ୍ରେଣୀ ହେଲେ ତାଙ୍କ ଚିନ୍ତା ଧାରା ଶୁଣିଲେ ଆପଣ ବି ଆଶ୍ଚିର୍ଯ୍ୟ ହୋଇଯିବେ । ବାଲେଶ୍ୱରରେ ରହୁଥିବା ଏହି ଛାତ୍ର ଜଣଙ୍କ ହେଉଛନ୍ତି ଆୟୁଷ୍ମାନ ପାଣିଗ୍ରାହୀ । ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି ଆୟୁଷ୍ମାନ । ଅନଲାଇନ୍ ଟ୍ରେଡିଂରେ ପ୍ରଥମ ଥର ପାଇଁ ପାଦ ଥାପିଥିବା ଆୟୁଷ୍ମାନ କଠିନ ପରିଶ୍ରମ ଏବଂ ବୁଦ୍ଧି ଯୋଗୁଁ ଏପରି କରିବାରେ ସକ୍ଷମ ହୋଇଛନ୍ତି । ବାଲେଶ୍ୱର ଗୁଡିପଦା ଅଞ୍ଚଳର ରାମଚନ୍ଦ୍ର ମହାଳିଙ୍କ ପୁଅ ହେଉଛନ୍ତି ଆୟୁଷ୍ମାନ ଅନଲାଇନ୍ ଟ୍ରେଡିଂ ମାଧ୍ୟମରେ ରୋଜଗାର କରିହେବ ଜାଣିଲା ପରେ ତାଙ୍କର ଇଛା ବଢିଥିଲା । ଏ ସମ୍ପର୍କରେ ଅଧିକ ରିସର୍ଚ କରିବା ପାଇଁ ଦୁବାଇ ସ୍ଥିତ ଇ କମର୍ସ କମ୍ପାନୀ କ୍ରାଉଡ-୧ ମାଧ୍ୟମରେ ଟ୍ରେଡିଂ ଆରମ୍ଭ କରିଥିଲେ । ଗତବର୍ଷ ଡିସେମ୍ବର ମାସରେ ସେ ବ୍ୟବସାୟରେ ପାଦ ଥାପିଥିଲେ । ତାଙ୍କ ମାଧ୍ୟମରେ ଓଡିଶା ସମେତ ବାହାର ରାଜ୍ୟରୁ ୪୫୦୦ ଯୁବ ବ୍ୟବସାୟୀ ଏହି ନେଟ୍ ମାଧ୍ୟମରେ ଯୋଡି ହୋଇଛନ୍ତି । ରୋଜଗାର ପଇସାରେ ବାପା-ମାଙ୍କୁ କାର ଗିଫ୍ଟ ଦେଇଛନ୍ତି ଆୟୁଷ୍ମାନ ।

LEAVE A REPLY

Please enter your comment!
Please enter your name here