ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି , କଂଗ୍ରେସର ପୂର୍ବତନ ନେତା ମହମ୍ମଦ ମୋକିମଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୋକିମ ଏବଂ ସୋଫିଆ ଫିର୍ଦ୍ଦୋସ ଜଣେ ଭଲ ନେତା । ନୂଆ ଦଳ ଗଠନ ବିଷୟରେ ସେ କିଛି ଜାଣି ନଥିବା କହିଛନ୍ତି । ଅନୁଭବ ମହାନ୍ତି ମୋକ୍କିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିନିଭାଲର ଉଦଯାପନୀ ସମାରୋହରେ ଅତିଥିଭାବେ ଯୋଗ ଦେଇଥିଲେ ଏବଂ କହିଥିଲେ ଏହା ଏକ କ୍ରୀଡ଼ା କାର୍ଯ୍ୟକ୍ରମ କହୋଇଥିବାରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କୌଣସି ରାଜନୈତିକ ମନ୍ତବ୍ୟ ଦେବେ ନାହିଁ ବୋଲି କହିଥିଲେ । ଅନୁଭବ ମହାନ୍ତି କେବଳ ମୋକିମ ଏବଂ ସୋଫିଆଙ୍କ ପ୍ରଶଂସା କରିଥିଲେ । ମୋକିମଙ୍କୁ ସେ ପିଲାବେଳୁ ଜାଣିଛନ୍ତି, ତାଙ୍କଠାରୁ ବହୁତ ଭଲ ପାଇବା ମିଳେ, ସେ ମଧ୍ୟ ଭଲ ପାଇବା ଏବଂ ସମ୍ମାନ ଜଣାନ୍ତି । ସୋଫିଆଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି,ସେମାନେ ଭଲ କାମ ମଧ୍ୟ କରନ୍ତୁ । ଅନୁଭବ ମୋକିମଙ୍କ ନୂଆ ଦଳ ବିଷୟରେ କିଛି ଜାଣି ନଥିବା କିମ୍ବା ମୋକିମଙ୍କ ସହିତ କିଛି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି । ଅନ୍ୟ ଦଳରେ ଥାଇ ମଧ୍ୟ ମୋକିମ ଭାଇଙ୍କୁ ଭଲ ପାଇଛନ୍ତି ଏବଂ ମୋକିମ ମଧ୍ୟ ଅନ୍ୟ ଦଳରେ ଥାଇ ତାଙ୍କୁ ଭଲ ପାଇବା ଦେଇଛନ୍ତି ବୋଲି କହିଛନ୍ତି ଅନୁଭବ ।

LEAVE A REPLY

Please enter your comment!
Please enter your name here