ଆଜି ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ଇଡି। ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା। ତାଙ୍କ ଲିଙ୍କରେ ଗଞ୍ଜାମ ଜିଲ୍ଲାର ୨୦ଟି ସ୍ଥାନରେ ଚଢ଼ାଉ ଚାଲିଛି। ଟିକସ ଫାଙ୍କିବା ଓ ଅର୍ଥ ହେରଫେର ଅଭିଯୋଗରେ ହୃଷିକେଶ ପାଢ଼ୀ ଓ ତାଙ୍କ ଲିଙ୍କରେ ଚଢ଼ାଉ ଜାରି ରହିଛି। ଏହି ଟଙ୍କା କେଉଁଠୁ ମିଳିଛି, ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନନାହିଁ।ଆଜି ବ୍ରହ୍ମପୁରର ଅନେକ ବ୍ୟବସାୟୀଙ୍କ ଘରେ ଇଡି ରେଡ୍ କରିଛି ଓ ବେଆଇନ ବାଲି କରବାରର ପର୍ଦାଫାଶ ପାଇଁ ବାଲି ବେପାରୀଙ୍କ ଘରେ ଚଢ଼ାଉ କରାଯାଉଛି। ପ୍ରାୟ ୪୬ କୋଟିରୁ ଅଧିକ ଟଙ୍କାର ରୟାଲଟି ସରକାରଙ୍କୁ ଦେବେ ବେପାରୀ। ଏଥିପାଇଁ ବ୍ରହ୍ମପୁର ବ୍ରହ୍ମାନଗରର ବାଲି ବେପାରୀ କୃପାସିନ୍ଧୁ ମୁଦୁଲିଙ୍କ ଘର ସମେତ ବିଶ୍ୱଜିତ ପାତ୍ର, ସଚିନ ପାଢ଼ୀ, ଶିବ ପଣ୍ଡାଙ୍କ ଘର ଉପରେ ଚଢ଼ାଉ ହୋଇଛି।

LEAVE A REPLY

Please enter your comment!
Please enter your name here