ବଲାଙ୍ଗିର ପଥରଚେପାରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଏସ୍‌ଏଚ୍‌ଜିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଧଟଙ୍କା ଫେରସ୍ତ କରିଛନ୍ତି.ଏସ୍‌ଏଚ୍‌ଜି ମହିଳାଙ୍କୁ ବିନାସୁଧରେ ଋଣ ଦେବାକୁ ପୂର୍ବରୁ ଘୋଷଣା ହୋଇଥିଲା . ସେହି ଅନୁସାରେ ଟଙ୍କା ଫେରସ୍ତ ହୋଇଛି. ଏହା ସହିତ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ କରିଛନ୍ତି. ବଲାଙ୍ଗିରରେ ମିଶନ ଶକ୍ତି ଭବନ ପାଇଁ ବ୍ଲକସ୍ତରୀୟ ମହାସଂଘକୁ ୧କୋଟି ଦିଆଯାଇଛି. ସେହିପରି ନୂଆ ଏସ୍‌ଏଚ୍‌ଜିଙ୍କୁ ମୁଖ୍ୟମନ୍ତ୍ରୀ ସିଡ୍‌ ମନି ପ୍ରଦାନ କରିଛନ୍ତି. ମୋବାଇଲ୍‌ କିଣିବାକୁ ୩ ହଜାର ଲେଖାଏଁ ଦିଆଯାଇଛି. ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଏଚ୍‌ଜି ମହିଳାମାନଙ୍କଠାରୁ ସେମାନଙ୍କ ସଫଳତାର କାହାଣୀ ଶୁଣିବା ସହିତ ଉଦ୍‌ବୋଧନ ଦେଇଥିଲେ. ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିନିକିଆ ବଲାଙ୍ଗିର ଗସ୍ତ କରି ପଥରଚେପା ପଡିଆରେ ମହିଳା ସମାବେଶରେ ଉଦବୋଧନ ଦେଇଛନ୍ତି. ଏହି ସମାବେଶରେ ବଲାଙ୍ଗିର ଛଡା ସୋନପୁରରୁ ମଧ୍ୟ ବହୁ ମହିଳା ଯୋଗ ଦେଇଥିଲେ. 

LEAVE A REPLY

Please enter your comment!
Please enter your name here