ଏବେ ଗୋ-ଚାଲାଣ ଏବଂ ଗୋ-ତସ୍କରୀ ଜଗିବେ ସବୁ ଜିଲ୍ଲାର ଏସ୍ପି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋ-ଚାଲାଣକାରୀ ଓ ଗୋ-ତସ୍କରଙ୍କ ଉପରେ ରାଜ୍ୟବ୍ୟାପୀ ଚଢ଼ାଉ କରାଯାଉଛି ଏବଂ ପ୍ରତ୍ୟେକ ଜିଲ୍ଲାର ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ଗୋ-ଚାଲାଣକାରୀ ଓ ଗୋ-ତସ୍କରୀ ଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ନଚେତ ଜେଲ୍ ଯିବେ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବିଜେପି ସରକାର ପାଇଁ ଗୋ-ସୁରକ୍ଷା ପ୍ରଥମ ଅଟେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏବେ ଜୋରଦାର ଗୋ-ଚାଲାଣକାରୀ ଓ ଗୋ-ତସ୍କରଙ୍କ ଉପରେ ଚଢ଼ାଉ କରାଯାଉଛି। ଏପର୍ଯ୍ୟନ୍ତ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଯେଉଁମାନେ ଏଥିରେ ଜଡିତ କାହାକୁ ଛଡାଯିବ ନାହିଁ । ଗତ ସରକାରରେ ପ୍ରଶାସନ ଅଧିକାରୀ ଓ ରାଜନେତାଙ୍କ ପ୍ରୋତ୍ସାହନରେ ଗୋ-ଚାଲାଣ ହେଉଥିଲା । ହେଲେ ବିଜେପି ସରକାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ,ପ୍ରତ୍ୟେକ ଜିଲ୍ଲାର ଏସ୍ପି ଏବେ ଗୋଚାଲାଣକୁ ଜଗିବେ । ଜବତ କରିବା ପରେ ଗାଈଙ୍କୁ ରଖିବାକୁ ଗୋଶାଳା ପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ଏଥିରେ ନଗର ଉନ୍ନୟନ ବିଭାଗ ବି ସହଯୋଗ କରୁଅଛି ।












