ଛତିଶଗଡର ଵିଜାପୁରରେ ଏକ ବଡ଼ ଧରଣର ଏନକାଉଣ୍ଟରରେ ୬ ମାଓବାଦୀ ନିପାତ ହୋଇଛନ୍ତି। ଵିଜାପୁର ଜିଲ୍ଲା ନେସନାଲ ପାର୍କ ଜଙ୍ଗଲରେ ସୋମବାର ଦିନ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଏନକାଉଣ୍ଟରରେ ୪ ମହିଳା ମାଓବାଦୀ ସହିତ ୬ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। STF, DRG, CRPF ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଏନକାଉଣ୍ଟରରେ ମୃତ ମାଓବାଦୀ ହେଲା ନେସନାଲ ପାର୍କ ଏରିଆ କମ୍ମିଟି କମାଣ୍ଡର ମାଓ ନେତା ଦିଲିପ ଭେଡ଼ଜା,ତା ମୁଣ୍ଡରେ ଥିଲା ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି। ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା ACM କ୍ୟାଡ଼ର ମାଓବାଦୀ ମାଡ଼ବୀ କୋଷା ଉପରେ। ଏବେବି ସୁରକ୍ଷାକର୍ମୀ ପକ୍ଷରୁ ଅପରେସନ ଜାରି ରହିଛି ଓ ସୀମାନ୍ତ ଅଞ୍ଚଳକୁ ସିଲ ମଧ୍ୟ କରାଯାଇଛି। ଏହି ଅପରେସନରେ ୨ଟି AK-47, ୨ଟି ୩୦୩ ରାଇଫଲ ଓ ଗୋଟିଏ ଇନସାସ୍ ଜବତ ହୋଇଛି।














