ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ବିମାନ ବନ୍ଦରର ଉଦଘାଟନ କରିଛନ୍ତି । କିନ୍ତୁ ଓଡିଶାରେ ଦ୍ୱିତୀୟ ବିମାନ ବନ୍ଦର ପ୍ରତିଷ୍ଠାକୁ ନେଇ ଖୁସି ମନେଇଛନ୍ତି ଦୁବାଇରେ ଥିବା ପ୍ରବାସୀ ଓଡିଆମାନେ । ଦ୍ୱିତୀୟ ବିମାନ ବନ୍ଦର ଦ୍ୱାରା ଗମନାଗମନ ଆହୁରୀ ସହଜ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି ପ୍ରବାସୀ ଓଡିଆମାନେ ।
ସୁଚନାଅନୁସାରେ ସେପ୍ଟେମ୍ବର ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡାରେ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଲୋକାର୍ପିତ କରିଥିଲେ । ‘ବୀର ସୁରେନ୍ଦ୍ର ସାଏ’ ବିମାନବନ୍ଦରକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଯୋଗାଯୋଗ କ୍ଷେତ୍ରରେ ସୁବିଧା ବିକାଶର ଧାରାକୁ ତ୍ୱରାନ୍ୱିତ କରିଥାଏ । ଦୀର୍ଘ ଦିନ ଧରି ଝାରସୁଗୁଡା ବିମାନ ବନ୍ଦରର ବିକାଶ ହୋଇନଥିବାରୁ ପରୋକ୍ଷରେ ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ । ପରେ କହିଥିଲେ ଯେ, ଗୁଜୁରାଟର କଚ ଜିଲ୍ଲାରେ କେବଳ ୫ଟି ବିମାନବନ୍ଦର ରହିଛି । ମାତ୍ର ସ୍ୱାଧିନତା ପରେ ଓଡିଶାର ଏହା ଦ୍ୱିତୀୟ ବିମାନ ବନ୍ଦର ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେଇ ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ନାମିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here