ରାଉରକେଲାରେ ଚାର୍ଟର୍ ବିମାନ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ବିମାନ ଚାଳକ ନବୀନ କଡଙ୍ଗା ସୁସ୍ଥ ହୋଇଛନ୍ତି । ଆଜି (ମଙ୍ଗଳବାର) ନବୀନ କାଡ଼ଙ୍ଗା ଚିକିତ୍ସା ପରେ ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରେ ସାହସୀ ପାଇଲଟ୍ ନବୀନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି । ଫୁଲ ତୋଡ଼ା ଦେଇ ବିଦାୟ ଦେଇଛନ୍ତି ମେଡିକାଲ୍ କର୍ମଚାରୀ। ପାଇଲଟଙ୍କ ମୁଣ୍ଡ, ପିଠି ଏବଂ ମୁହଁରେ ଗଭୀର ଆଘାତ ଲାଗିଥିଲା । ସୁଚନା ଅନୁଯାୟୀ, ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଚାର୍ଟର ବିମାନ ରାଉରକେଲାରୁ ୧୦ କିଲୋମିଟର ପୂର୍ବରୁ ଜଲଦା ନିକଟରେ ଜରୁରୀ ଅବତରଣ ବେଳେ ଦୁର୍ଘଟଣାର ଶୀକାର ହୋଇଥିଲା । ବିମାନରେ ମୋଟ ୬ ଯାତ୍ରୀ ଉପସ୍ଥିତ ଥିଲେ । ବିମାନରେ ଥିବା ୪ ଜଣ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଏବଂ ୨ ଜଣ କ୍ର୍ୟୁ ସଦସ୍ୟ କ୍ୟାପ୍‌ଟେନ ନବୀନ କାଡ଼ଙ୍ଗା ଏବଂ କ୍ୟାପ୍‌ଟେନ ତରୁଣ ଶ୍ରୀବାସ୍ତବ ଗୁରୁତର ଭାବେ ଆହତ ହୋଇଥିଲେ । ଗତ ଶନିବାର ଜଣେ ଯାତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ମଧ୍ୟ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here