ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଦେହାନ୍ତ । ବେଙ୍ଗାଲୁରୁର ଶଙ୍କରା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ । ଅନନ୍ତଙ୍କ ବିୟୋଗରେ କର୍ଣ୍ଣାଟକ ସରକାର ତିନି ଦିନ ପର୍ଯ୍ୟନ୍ତ ରାଜକୀୟ ଶୋକ ଘୋଷଣା କରିଛନ୍ତି । ସେହିପରି ଅନନ୍ତଙ୍କ ଦେହାନ୍ତରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସମେତ ବହୁ କେନ୍ଦ୍ରୀୟ ନେତା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here