ଆତଙ୍କୀ କରୁଛନ୍ତି ବଡ ଯୋଜନା , ଜାନୁଆରୀ ୨୬ ପୂର୍ବରୁ କରିବେ ହମଲା। ଦିଲ୍ଲୀ ସହିତ ଅନେକ ସହରରେ ଗଣତନ୍ତ୍ର ଦିବସ ପୂର୍ବରୁ ବଡ ଧରଣର ଅଘଟଣ ଘଟାଇବା ପାଇଁ ଆତଙ୍କୀମାନେ କରିଥିବା ଷଡଯନ୍ତ୍ରର ଖୁଲାସା ହୋଇଛି । ପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଜୈଶ ଏ ମହମ୍ମଦ ସହିତ ମିଶି କୋଡ ୨୬-୨୬ ନାମରେ ଆତଙ୍କୀ ଘଟଣା ଘଟାଇବା ପାଇଁ ଯୋଜନା କରିଛନ୍ତି । ଏହାପରେ ଦେଶର ଅନେକ ଜନଗହଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୁଇନ୍ଦା ଏଜେନ୍ସି ଏହି ଷଡଯନ୍ତ୍ରର ସନ୍ଧାନ କରିବା ପରେ ସୁରକ୍ଷା ଏଜେନ୍ସିକୁ ଆଲର୍ଟ କରାଯାଇଛି । ଗୁଇନ୍ଦା ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଆତଙ୍କୀ ଗୋଷ୍ଠୀ ଗଣତନ୍ତ୍ର ଦିବସ ପୂର୍ବରୁ ଦେଶର ଅଲଗା ଅଲଗା ଅଞ୍ଚଳରେ ଏକା ସହ ହମଲା କରିବାକୁ ଯୋଜନା କରିଛନ୍ତି । ଆତଙ୍କିଙ୍କ ଟାର୍ଗେଟରେ ଅଛି ବଡ ମନ୍ଦିର । ସିକ୍ରେଟ କୋଡ ୨୬-୨୬ର ଅର୍ଥ ଗଣତନ୍ତ୍ର ଦିବସ ପୂର୍ବରୁ ବଡ ଆତଙ୍କୀ ଘଟଣା ଘଟାଇବା । ଆତଙ୍କବାଦୀଙ୍କ ଟାର୍ଗେଟରେ ଦେଶର ଅନେକ ବଡ ମନ୍ଦିର ରହିଛି, ଏଥିରେ ଅଯୋଧ୍ୟାର ରାମ ମନ୍ଦିର ଓ ଜମ୍ମୁର ରଘୁନାଥ ମନ୍ଦିର ସାମିଲ୍ । ପୋଲିସ ଫୋର୍ସ ବ୍ୟତୀତ ସୀମାବର୍ତ୍ତୀ ଅଞ୍ଚଳରେ ବିଏସଏଫକୁ ସଂପୂର୍ଣ୍ଣ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂରା ଉତ୍ତର ଭାରତରେ ସୁରକ୍ଷା ଏଜେନ୍ସିକୁ ଆଲର୍ଟ ମୋଡରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here