ଭାରତ ସରକାରଙ୍କ ଦ୍ୱାରା ୨୦୨୬ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ୨୦୨୬ ବର୍ଷରେ ୧୩୧ ଜଣ ପାଇବେ ପଦ୍ମ ପୁରସ୍କାର । ସେଥିମଧ୍ୟରୁ ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ ବୋଲି ଘୋଷଣା ହୋଇଛି। ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ, ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଏହି ପୁରସ୍କାର କଳା,ଶିକ୍ଷା,କ୍ରୀଡା,ସାର୍ବଜନୀନ ବ୍ୟାପାର, ଚିକିତ୍ସା, ସାହିତ୍ୟ , ବିଜ୍ଞାନ, ଇଞ୍ଜିନିୟରିଂ, ବାଣିଜ୍ୟ ଶିଳ୍ପ ଏବଂ ସାମାଜିକ କାର୍ଯ୍ୟ ଭଳି ବିବିଧ କ୍ଷେତ୍ରରେ ଅସାଧାରଣ ଅବଦାନକୁ ସ୍ୱୀକୃତି ଦିଏ। ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ। ଏହି ୪ ଜଣ ବ୍ୟକ୍ତି ହେଉଛନ୍ତି ଶରତ କୁମାର ପାତ୍ର, ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର ଏବଂ ସୀମାଞ୍ଚଳ ପାତ୍ର ।କଳା କ୍ଷେତ୍ରରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରୋଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଚରଣ ହେମ୍ବ୍ରମ୍ ହେଉଛନ୍ତି ଜଣେ ଜଣାଶୁଣା ସାନ୍ତାଳୀ ଲେଖକ ଓ ସଖୀ ନାଟ ଥିଏଟର କଳାକାର ହେଉଛନ୍ତି ସୀମାଞ୍ଚଳ ପାତ୍ର। ଆଜି ଜାନୁୟାରୀ ୨୫ ରେ ଏହି ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ରାଷ୍ଟ୍ରପତି ଏହି ସମସ୍ତ ବ୍ୟକ୍ତିବିଶେଷଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିବେ। ଏହି ସମ୍ମାନ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଦିଆଯିବ। ୨୦୨୬ ମାର୍ଚ୍ଚ କିମ୍ବା ଏପ୍ରିଲରେ ରାଷ୍ଟ୍ରପତି ଭବନରେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପଦ୍ମ ପୁରସ୍କାର ପ୍ରଦାନ କରିବେ।














