କଂଗ୍ରେସରୁ ନିଲମ୍ବିତ ହେବା ପରେ ମୁହଁ ଖୋଲିଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ । ଦୁଇଦିନ ତଳେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳଙ୍କୁ ଦଳରୁ ନିଲମ୍ବନ କରିଥିଲା । ଚିରଞ୍ଜୀବି କହିଛନ୍ତି, ମୁଁ କଂଗ୍ରେସ ପରିବାରରୁ ଆସିଛି, ମୋ ରକ୍ତରେ ବେଇମାନୀ ନାହିଁ । ଦଳରେ କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି । ସେମାନେ ଦଳକୁ ସୁଦୃଢ କରିବାକୁ ଭୁବନେଶ୍ବରରେ ସଭା କରିଥିଲେ । କିନ୍ତୁ ତାଙ୍କୁ ଦଳ ବିରୋଧୀ କହି ଦଳରୁ ନିଲମ୍ବନ କରାଯିବା ତାଙ୍କୁ ଖୁବ୍ ବାଧିଛି । ସେ କାହାକୁ ଗୁହାରୀ କରିବେ ନାହିଁ ଏବଂ ଦୁର୍ବଳ ଲୋକମାନେ ଏଭଳି କରନ୍ତି ବୋଲି ସେ କହିଛନ୍ତି । ପିସିସି ସଭାପତିଙ୍କ ସୁପାରିଶରେ ତାଙ୍କୁ ନିଲମ୍ବନ କରାଯାଇଥିଲେ ହେଁ ସେ ପିସିସି ସଭାପତିଙ୍କ ସଂପର୍କରେ କହି ତାଙ୍କ ତୁଣ୍ଡ ଖରାପ କରିବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି । ଚିରଞ୍ଜୀବି କହିଛନ୍ତି, ଯଦି ତାଙ୍କୁ ବାଦ୍ ଦେଇ ଦଳ 9 ରୁ 90 ମିଶନରେ ସଫଳ ହେବେ, ତେବେ ମୋର କିଛି କହିବାର ନାହିଁ । ମାତ୍ର ମୁଁ ଦଳ ବିରୋଧୀ କାର୍ଯ୍ୟ କରିନାହିଁ । ଆଉ ସତ କହିବା ଯଦି ପାପ, ତେବେ ମୁଁ ସେ ପାପ କରିଛି ବୋଲି ଚିରଞ୍ଜିବୀ କହିଛନ୍ତି । କଂଗ୍ରେସର ଯେଉଁଠି ଯେଉଁଠି ଭଲ ସ୍ଥିତି ରହିଛି, ସେଇଠି ଦଳକୁ ଭାଙ୍ଗିବାକୁ ଷଡଯନ୍ତ୍ର କରାଯାଉଛି ।
ଆସନ୍ତା ନିର୍ବାଚନ ସେ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି । ତେବେ କଂଗ୍ରେସରୁ ଲଢିବେ କି ସ୍ବାଧୀନ ଲଢିବେ, ତାହା ସମୟ କହିବ ।

LEAVE A REPLY

Please enter your comment!
Please enter your name here