ଦେବଗଡ଼ ଜିଲ୍ଲାର ବାରକୋଟ ଥାନା ଅଂଚଳରେ ନାବାଳିକାକୁ ଦୁଷ୍କର୍ମ । ନାମଯଜ୍ଞ ଦେଖିବାକୁ ଯାଇଥିବାବେଳେ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଲିସ ଉଦିତ ପାତ୍ର ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ଶିଶୁ କନ୍ୟାଟି ପରିବାର ସହିତ ନାମଯଜ୍ଞ ଦେଖିବାକୁ ଯାଇଥିଲା । ଏହି ସମୟରେ ଶିଶୁଟି ଚିତ୍କାର କରିବାର ଶୁଣା ଯିବା ପରେ ,ସେଠାରେ ଉପସ୍ଥିତ ଥିବା ଲୋକେ ଉକ୍ତ ଯୁବକକୁ କାବୁ କରି ମାଡ଼ ମାରିଥିଲେ । ଗ୍ରାମବାସୀଙ୍କ ମାଡରେ ଉଦିତଙ୍କ ମୁଣ୍ଡ ଓ ଶରୀରରେ ଜୋର ଆଘାତ ଲାଗିଛି । ପୋଲିସ ଘଟଣାସ୍ଥଳରୁ ଉଦିତକୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଶିଶୁ କନ୍ୟାକୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ଉଦିତ ସୁସ୍ଥ ହେବା ପରେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ।













