ଖ୍ରୀଷ୍ଟମାଷ୍ଟ ଟ୍ରି ସହ ରଙ୍ଗବେରଙ୍ଗର ଷ୍ଟାର । ପ୍ରଭୁ ଯୀଶୁଙ୍କ ସୁସଜ୍ଜିତ ଜନ୍ମସ୍ଥଳୀ । ଏ ହେଉଛି ଭୁବନେଶ୍ୱରର ଚର୍ଚ୍ଚ । ସମସ୍ତେ ପ୍ରାର୍ଥନା ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ଲାଗି ଜାରି ରଖିଛନ୍ତି ଅଭ୍ୟାସ । କାହିଁକି ନା ଆଜି ରାତିରେ ଧରାବତରଣ କରିବେ ପ୍ରଭୁ ଯୀଶୁ । ପ୍ରଭୁଙ୍କ ଜନ୍ମଦିନ ପାଳିବାକୁ ସବୁ ଚର୍ଚରେ ଏମିତି ପ୍ରସ୍ତୁତି ଚାଲିଛି । ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ପାଇଁ ଏହା ସବୁଠାରୁ ବଡଦିନ । ତ୍ରାଣକର୍ତା ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ ସହ ନାଚଗୀତରେ ଖୁସି ମନାଇବେ ସମସ୍ତେ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଉ ମାତ୍ର କେଇଟା ମୁହୁର୍ତ୍ତକୁ ଅପେକ୍ଷା । ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଧରାପୃଷ୍ଠକୁ ଓହ୍ଲାଇବେ ପ୍ରଭୁୁ ଯୀଶୁ । ସମସ୍ତଙ୍କ ଭିତରେ ପ୍ରେମ ଓ ଭାଇଚାରାର ବାର୍ତା ବାଂଟିବେ । ସମସ୍ତେ ଶାନ୍ତି, ସଦଭାବନା ଓ ମୈତ୍ରୀ ଭିତରେ ବସବାସ କରନ୍ତୁ, ଏହା ହିଁ କାମନା । ହାପି କ୍ରୀସମାସ

LEAVE A REPLY

Please enter your comment!
Please enter your name here