ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଏନର୍ଜି ୱିକ ୨୦୨୬କୁ ସମ୍ବୋଧିତ କରି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଘୋଷଣା କରିଛନ୍ତି । ଏହାର ଫାଇଦା ଭାରତର ଉଦ୍ୟୋଗ, ଉର୍ଜା କ୍ଷେତ୍ର ଓ ସାଧାରଣ ଜନତାଙ୍କୁ ମିଳିବ । ଏହି ଡିଲ୍ ଭାରତର ମ୍ୟାନୁଫେକଚରିଂ କ୍ଷମତାକୁ ମଜବୁତ କରିବା ସହ ସର୍ଭିସ ସେକ୍ଟରକୁ ନୂଆ ସାହାରା ମଧ୍ୟ ପ୍ରଦାନ କରିବ । ମୋଦୀ କହିଛନ୍ତି, ଭାରତ ଉର୍ଜା କ୍ଷେତ୍ରରେ ଏକ ବଡ ଅର୍ଥବ୍ୟବସ୍ଥା ଭାବେ ଆର୍ବିଭାବ ହୋଇଛି । ଭାରତ ନବୀକରଣ ଉର୍ଜା, ତେଲ ଓ ଗ୍ୟାସ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ଏବଂ ଦୁନିଆର ଅନେକ ଦେଶ ସହ ମିଶି କାମ ମଧ୍ୟ କରୁଛି । ଆଜିର ଭାରତରେ ପ୍ରତିଟି ସେକ୍ଟରରେ ସୁଧାର ହେଉଅଛି । ଏହି ସୁଧାର କାରଣରୁ ଦେଶରେ ନିବେଶର ମାହୋଲ ଦିନକୁ ଦିନ ଉନ୍ନତ ହୋଇଛି ଏବଂ ନୂତନ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । ଭାରତ-ଇୟୁ ଏଫଟିଏ, ଭାରତ ଓ ବ୍ରିଟେନ ଗତ ବର୍ଷ ସ୍ୱାକ୍ଷରିତ ବାଣିଜ୍ୟ ଚୁକ୍ତିନାମାକୁ ମଧ୍ୟ ସମର୍ଥନ ଦେବ । ଏଥିରେ ୟୁରୋପ ସହିତ ଭାରତର ମୋଟ୍ ବ୍ୟାପାର ମଜବୁତ ହେବ ଓ ଏହି ଚୁକ୍ତିନାମାର ଉଦ୍ଦେଶ୍ୟ ଭାରତ ଓ ଇୟୁ ମଧ୍ୟରେ କାରବାରକୁ ପ୍ରୋତ୍ସାହନ ଦେବ ଏବଂ ଆର୍ଥିକ ସଂପର୍କକୁ ନୂତନ ଶିଖରରେ ପହଞ୍ଚାଇବ । ସରକାରଙ୍କ କହିବା କଥା ଏଥିରେ ନିବେଶ, ରୋଜଗାର ଓ ପ୍ରଯୁକ୍ତିବିଦ୍ୟା ସହଯୋଗର ନୂଆ ରାସ୍ତା ମଧ୍ୟ ଖୋଲିବ ।














