ରାଜ୍ୟରେ ଆଜି ଆଉ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୫୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୮ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୪୩ ରହିଛି । ମେବାଟ୍ ପଜିଟିଭଙ୍କ ସଂଖ୍ୟା ୭୩୧୬ । ଏପର୍ଯ୍ୟନ୍ତ ସୁସ୍ଥ ୫୧୮୯ ହୋଇଥିବାବେଳେ ଆକ୍ଟିଭ କେସ୍ ରହିଛି ୨୦୯୪ । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୨ ଆକ୍ରାନ୍ତ ଚିହ୍ନଟ । କଟକରୁ ୩୨, ଖୋର୍ଦ୍ଧାରୁ ୨୬, ନୟାଗଡରୁ ୧୪ ଚିହ୍ନଟ ହୋଇଛନ୍ତି । ପୁରୀ ଓ ବରଗଡରୁ ୧୨ ଲେଖାଏଁ , ମାଲକାନଗିରିରୁ ୧୦ ଚିହ୍ନଟ । ସୁନ୍ଦରଗଡରୁ ୭, ଗଜପତିରୁ ୬, ଝାରସୁଗୁଡା ଓ ମୟୂରଭଞ୍ଜରୁ ୫ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା , ବଲାଙ୍ଗୀର ଓ ଦେବଗଡରୁ ୪ ଲେଖାଏଁ ଚିହ୍ନଟ । ସମ୍ବଲପୁର ଓ ବାଲେଶ୍ୱରରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋନପୁର , ଯାଜପୁର ଓ ଅନୁଗୁଳରୁ ଜଣେ ଲେଖାଏଁ ଚିହ୍ନଟ । ଅମ୍ଫନ ଡ୍ୟୁଟି କରିଥିବା ଜଣେ ଏନଡିଆରଏଫ ଯବାନ ସଙ୍କ୍ରମିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here