ମହାରଥୀଙ୍କୁ ମହଙ୍ଗା ପଡିଲା ମହିଳାଙ୍କ ଉପରେ ଦେଇଥିବା ବୟାନ । ମହିଳାଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ କଲା ବିଜେପି ମହିଳା ମୋର୍ଚ୍ଚା । ଗତକାଲି ପୁରୀ ବିଜେପି ମହିଳା ସମାବେଶକୁ ଆସି ମହିଳାଙ୍କ ପ୍ରତି ଆପତ୍ତିଜନକ କଥା କହିଥିଲେ କ୍ୟାବିନେଟ୍ ମନ୍ତ୍ରୀ ପ୍ରଦୀପ ମହାରଥୀ । “ମହିଳାମାନଙ୍କ କେତେଟି ସ୍ୱାମୀ ” ବୟାନ କୁ ନେଇ ବିଜେପି ମହିଳା ମୋର୍ଚ୍ଚା ଅସନ୍ତୋଷ ପ୍ରକାଶ କରିବା ସହ ମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି । ମହାରଥୀ କୁଆଡେ କହୁ କହୁ କହିଦେଇଥିଲେ ୩୦ ହଜାର ସ୍ତ୍ରୀଙ୍କ ୬୦ ହଜାର ସ୍ୱାମୀ । ମହାରଥୀଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ସୋସିଆଲ ମିିଡିଆରେ ଭାଇରାଲ ହେବା ପରେ ଏହା ପ୍ରତିବାଦରେ ୨୮ତାରିଖରୁ ସାରା ରାଜ୍ୟରେ ଆନେ୍ଦାଳନ କରିବାକୁ ବାହାରିଛି ବିଜେପି ମହିଳା ମୋର୍ଚ୍ଚା । ଏଥିସହ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମହିଳା ମାନେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି କୁଶପୁତ୍ତଳିକା ଦାହ କରିବେ ବୋଲି କହିଛନ୍ତି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା । ପୁର୍ବରୁ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ନେଇ କ୍ଷମା ମାଗିଥିଲେ ମହାରଥୀ ।

LEAVE A REPLY

Please enter your comment!
Please enter your name here