ରିଲିଜ୍ ହୋଇଛି ମଲ୍ଟିଷ୍ଟାର ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ଥାନ’ର ଟ୍ରେଲର । ଅମିର ଖାନ ଓ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଠଗସ ଅଫ ହିନ୍ଦୁ ସ୍ଥାନ’କୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ । କିନ୍ତୁ ତା ପୂର୍ବରୁ ଫିଲ୍ମ ମେକର୍ସମାନେ ଫ୍ୟାନମାନଙ୍କୁ କିଛିଟା ଆଶ୍ୱସ୍ତ ଦେଇ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଫିଲ୍ମରେ ପ୍ରଥମ ଥର ପାଇଁ ଅମିର ଖାନ ଏବଂ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ଅମିତାଭ ଆଜାଦର ଚରିତ୍ରରେ ଅଭିନୟ କରୁଥିବାବେଳେ , ଅମିର ଫିରଙ୍ଗି ମଲ୍ଲାହଙ୍କ ଚରିତ୍ରରେ ନଜର ଆସିବେ । ଏହି ଦୁଇଜଣଙ୍କର ଦମଦାର ଅଭିନୟର ଜଲୱା ଟ୍ରେଲରରେ ଦେଖିବାକୁ ମିଳିଛି ।
ଟ୍ରେଲରର ପୁରା ଫୋକସ ଅମିର ଓ ଅମିତାଭଙ୍କ ଉପରେ ରହିଛି । ଅମିତାଭ ଏବଂ ଅମିରଖାନଙ୍କୁ ଛାଡିଥିଲେ ଫିଲ୍ମରେ କ୍ୟାଟ୍ରିନା କୈଫ ଓ ଫତିମା ସାନାଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତକୁ ବାଣିଜ୍ୟ କରିବାକୁ ଆସି କେମିତି ଶାସନ କରିଥିଲା ଏହା ଉପରେ ଫିଲ୍ମଟି ପର୍ଯ୍ୟବେଶିତ । ଦେଶକୁ ଏମାନଙ୍କ ଶାସନରୁ ମୁକ୍ତି ଦେବାପାଇଁ ଅମିର ଓ ଅମିତାଭ ଲଢେଇ କରୁଛନ୍ତି । ଫିଲ୍ମଟି ନଭେମ୍ବର ୮ରେ ରିଲିଜ ହେବ । କୁହାଯାଉଛି କି, ଫିଲ୍ମଟି ବାହୁବଳୀକୁ ମଧ୍ୟ ଟକ୍କର ଦେଇପାରେ.

LEAVE A REPLY

Please enter your comment!
Please enter your name here