ଭିଜିଲାନ୍ସ ଜାଲରେ ପଡ଼ିଲେ ଏସସିବି ମେଡିକାଲର ହେପାଟୋଲୋଜି ଆସୋସିଏଟ ପ୍ରଫେସର ଡାକ୍ତର ସନାତନ ବେହେରା । ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ବେନିୟମରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଆଜି ତାଙ୍କୁ ଧରିଛି । ଗୁରୁବାର ଅପରାହ୍ନରେ ଡକ୍ଟର ସନାତନ ବେହେରାଙ୍କୁ କଟକର କାଠଗୋଲାସାହି-ମେଡିକାଲ ରୋଡରେ ଓଡ଼ିଶା ଭିଜିଲାନ୍ସର ଏକ ଦଳ ତାଙ୍କୁ ଅଟକାଇ,ତାଙ୍କ ନିକଟରୁ ୨,୬୩,୦୦୦ ଟଙ୍କା ସନ୍ଦେହଜନକ ନଗଦ ଅର୍ଥ ଜବତ କରାଯାଇଛି । ଗୁରୁବାର ଡାକ୍ତର ବେହେରା ନିଜ ସ୍କୁଟିରେ ସରକାରୀ ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇଥିଲା। ତଲାସି ବେଳେ ତାଙ୍କ ପାଖରୁ ନଗଦ ଟଙ୍କା ମିଳିଥିଲା, ଯାହାର କୌଣସି ସଠିକ୍ ହିସାବ ସେ ଦେଇପାରିନଥିଲେ ।ଏହାପରେ ଡାକ୍ତର ବେହେରାଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖିଥିଲା ଏବଂ ତାଙ୍କ ସହ ସଂପୃକ୍ତ ୩ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଆଶଙ୍କାରେ ଚଢ଼ାଉ ମଧ୍ୟ କରିଛି।














