ଆଜି ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ 9ଜଙ୍କ ନାଁ ଘୋଷଣା କରାଯାଇଛି । ତେବେ ଆଜିର ଘୋଷିତ ତାଲିକାରେ ଦଳର ବରିଷ୍ଠ ନେତା ଅମର ଶତପଥୀଙ୍କ ବଦଳରେ ଦଡଚଣାରେ ବିଜେଡି ଅବିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି । ଦୁଇଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ବର୍ଷା । ଅମର ଶତପଥୀ ବଡଚଣାରୁ 6ଥର ବିଧାୟକ ହୋଇଥିବା ବେଳେ ଦଳ ଏଥର ତାଙ୍କୁ ଟିକଟ ଦେଇନାହିଁ । ସେହିପରି କଂଗ୍ରେସ ଛାଡିଥିବା କେନ୍ଦ୍ରାପଡାର ଭେଟେରାନ ନେତା ଗଣେଶ୍ବର ବେହେରାଙ୍କୁ ଦଳ କେନ୍ଦ୍ରାପଡା ଆସନରୁ ପ୍ରାର୍ଥୀ କରିଛି । କେନ୍ଦୁଝରର ଚର୍ଚ୍ଚିତ ନେତା ସନାତନ ମହାକୁଡଙ୍କୁ ଦଳ ଚମ୍ପୁଆରୁ ପ୍ରାର୍ଥୀ କରିଛି । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ସିମୁଳିଆରୁ ସୁବାସିନୀ ସାହୁ ଓ ରେମୁଣାରୁ ବିଦୁସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି । ଏପର୍ଯ୍ୟନ୍ତ ବିଜେଡି 135 ଜଣ ବିଧାୟକ ପ୍ରାର୍ଥୀ ଘୋଷଣା କରିସାରିଛି ।

LEAVE A REPLY

Please enter your comment!
Please enter your name here