ଭାରତ ଉପରେ ଆମେରିକାର ଟାରିଫ୍ ହ୍ରାସ ପରେ ପୁରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ପରେ ଏନଡିଏ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଂସଦ ପରିସରରେ ସମ୍ମାନୀତ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେରିକା ସହିତ ହୋଇଥିବା ଟାରିଫ୍ ଡିଲ୍ ଏକ ବଡ଼ କୂଟନୈତିକ ଏବଂ ଆର୍ଥିକ ପଦକ୍ଷେପ ଅଟେ । ଏହି ଚୁକ୍ତି ଦ୍ୱାରା ସାରା ଦେଶରେ ଏକ ସକାରାତ୍ମକ ପରିସ୍ଥିତି ଉତ୍ପନ୍ନ ହୋଇଛି । ବୈଠକରେ ମୋଦୀ ସଂସଦର ଅନୁଶାସନ ଏବଂ ସାଂସଦଙ୍କ ସକ୍ରିୟ ଉପସ୍ଥିତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ମୋଦୀ ସଂସଦର ଗୃହ କାର୍ଯ୍ୟରେ ଉପସ୍ଥିତ ରହିବା ଏବଂ ଚର୍ଚ୍ଚାରେ ଅଂଶଗ୍ରହଣ କରିବାକୁ ମୋଦି ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି । ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖକୁ ପହଞ୍ଚି ବଜେଟର ସଫଳତାକୁ ଆଲୋକପାତ କରିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି । ବଜେଟର ବିଷୟରେ ଜନସାଧାରଣଙ୍କୁ ଜଣାଇବାର ସମୟ ଆସିଛି ଯାହା ସେମାନଙ୍କ ଜୀବନ ଏବଂ ସ୍ଥାନୀୟ ଅର୍ଥନୀତିକୁ ଲାଭଦାୟକ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ଏବେ ବିଶ୍ୱ ସ୍ତରରେ ଏହାର ଉତ୍ପାଦନ କ୍ଷମତାକୁ ମଜବୁତ କରିବାକୁ ପଡିବ।ଦେଶକୁ ଏବେ “ମେଡ୍ ଇନ୍ ଇଣ୍ଡିଆ”ର ଗୁଣବତ୍ତା ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବାକୁ ପଡିବ। ଉତ୍ପାଦନ ବୃଦ୍ଧି ଏବଂ ଦେଶ ମଧ୍ୟରେ ଗୁଣାତ୍ମକ ଉତ୍ପାଦ ଉତ୍ପାଦନ କରିବା ବର୍ତ୍ତମାନର ସବୁଠାରୁ ଜରୁରୀ ଆବଶ୍ୟକତା।

LEAVE A REPLY

Please enter your comment!
Please enter your name here