ଦିଲ୍ଲୀରେ କଂଗ୍ରେସର ଜୋରଦାର ଆନ୍ଦୋଳନ । ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସର ‘ଚଲୋ ରାଷ୍ଟ୍ରପତି ଭବନ’ ଅଭିଯାନ । ହଜାର ହଜାର କଂଗ୍ରେସ ସମର୍ଥକଙ୍କ ନାରାବାଜିରେ କମ୍ପିଲା ଦିଲ୍ଲୀ । କଂଗ୍ରେସ ସାଂସଦମାନେ ପାର୍ଲାମେଣ୍ଟରୁ ରାଷ୍ଟ୍ରପତି ବବନ ଚଲୋ ଅଭିଯାନ ଆରମ୍ଭ କରିଥିବା ବେଳେ ଦଳର ଅନ୍ୟ ବରିଷ୍ଠ ନେତାମାନେ କଂଗ୍ରେସ ଭବନରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ ଅଭିଯାନ ଆରମ୍ଭ କରିଥିଲେ । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ହଜାର ହଜାର ସମର୍ଥକ କଳା ପୋଷାକ ପିନ୍ଧି ଦିଲ୍ଲୀ ରାଜରାସ୍ତାରେ ଘେରାଉ କରିବା ପାଇଁ ବାହାରିଥିବା ବେଳେ ରାସ୍ତାରେ ପୋଲିସ ଅଟକାଇଥିଲା । ତେବେ ପ୍ରିୟଙ୍କା ଗାନ୍ଧୀ ବାରିକେଡ ଚଢି ପୋଲିସ ଅବରୋଧ ଭାଙ୍ଗିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଛି । ରାହୁଲ ଗାନ୍ଧୀଙ୍କୁ ମଧ୍ୟ କିଛି ସମୟ ପାଇଁ ପୋଲିସ ଅଟକ ରଖିଥିଲା । ଦରଦାମ ବିରୋଧରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସର ଜୋରଦାର ପ୍ରତିବାଦ ଯୋଗୁ ଧାରଣାସ୍ଥଳରେ 144 ଧାରା ଜାରି କରାଯାଇଛି । କେନ୍ଦ୍ର ସରକାର ତଦନ୍ତକାରୀ ଏଜେନ୍ସିର ଅପବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ କହିଛି ।

LEAVE A REPLY

Please enter your comment!
Please enter your name here