ମେଘାଳୟ ତାଶଖାଇ ଅଞ୍ଚଳର ଏକ କୋଇଲା ଖଣିରେ ହୋଇଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିସ୍ଫୋରଣ ପରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି ।ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ମଧ୍ୟ ବଢିପାରେ । ସୂଚନା ଅନୁଯାୟୀ, ତାଶଖାଇ କୋଇଲା ଖଣିରେ ହଠାତ୍ ବଡ଼ ବିସ୍ଫୋରଣ ହୋଇଥିଲା ଓ ସେଥିପାଇଁ ଭିତରେ କାମ କରୁଥିବା ଶ୍ରମିକ ଫସିଯାଇଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣି ଭିତରେ ଥିବା ଶ୍ରମିକ ବାହାରକୁ ବାହାରିପାରି ନଥିଲେ।ଏବେ ଯାଏ ୧୦ ଜଣଙ୍କଙ୍କ ମୃତ୍ୟୁ ହୋଇଛି ଆଗକୁ ମୃତ୍ୟ ସଂଖ୍ୟା ଆହୁରି ବଢିପାରେ । ଖଣିରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ବିସ୍ଫୋରଣ କେମିତି ହେଲା ତାହା ଏବେ ଯାଏ ଜଣା ପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here