ଖଣି ମନ୍ତ୍ରୀ ବିଭୂତି ଜେନା ନେଇଛନ୍ତି ବଡ଼ ନିଷ୍ପତ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହଠାତ୍ ସେ କଣ ପାଇଁ ଏଭଳି ନିଷ୍ପତି ନେଲେ, ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ଖଣି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, “ମୁଁ ନିଜେ ଆଉ ନିର୍ବାଚନ ନ ଲଢ଼ି ଯୁବବର୍ଗଙ୍କ ପାଇଁ ବାଟ ଛାଡ଼ିବି। ସେ କହିଛନ୍ତି ଯେ, ମୋର ଆଉ ନିର୍ବାଚନ ଲଢ଼ିବାର ଇଛା ନାହିଁ। ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ। ୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯୁବକମାନେ ନିର୍ବାଚନରେ ଆଗକୁ ଆସିବା ଦରକାର। କିନ୍ତୁ ସେ ଦଳ ନଛାଡିବା ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ ସୁଚାରୁରୂପେ କରିବି। ନିର୍ବାଚନ ଲଢ଼ିବି ନାହିଁ ବୋଲି ମାନସିକ ପ୍ରସ୍ତୁତି କରିସାରିଛି” ବୋଲି ଖଣି ମନ୍ତ୍ରୀ କହିଛନ୍ତି।














