ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆମେରିକୀୟ କମ୍ପାନୀ ମେଟାକୁ ପୁଟିନ ଦେଇଛନ୍ତି ବଡ଼ ଝଟକା । ରୁଷିଆ ଆଇନ ଉଲ୍ଲଘଂନ କରିବା ଅଭିଯୋଗରେ ଦେଶରେ WhatsApp ବ୍ୟବହାର ଉପରେ କଟକଣା କରାଯାଇଛି । ମେଟାର ପ୍ରତିଷ୍ଠାତା ଏଲନ୍ ମସ୍କ ନିଜ ଗଣମାଧ୍ୟମ ଆକାଉଣ୍ଟ ଏକ୍ସରେ ଏହି ସୂଚନା ଦେଇଛନ୍ତି । ଏଲନ୍ ମସ୍କ ସ୍ୱୀକାର କରିଛନ୍ତି ଯେ ମେଟା କମ୍ପାନୀ ରୁଷିଆ ଆଇନକୁ ଅନୁସରଣ କରୁନଥିଲା । ଯେଉଁଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରୁଷର ପ୍ରବକ୍ତା ଦିମିତ୍ରୀ ପେସକୌବ, ଗଣମାଧ୍ୟମକୁ କହିଛନ୍ତି ଯେ ମେଟା କମ୍ପାନୀ ଆଇନ ପାଳନ କରୁ ନଥିଲା, ସେଥିପାଇଁ WhatsAap ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି ମେଟା ସ୍ଥାନୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବ ତେବେ ପୁଣି ଥରେ WhatsApp ଖୋଲିବାର ସମ୍ଭାବନା ସୃଷ୍ଟି ହୋଇପାରେ । କମ୍ପାନୀ ନିଜ ଜିଦରେ ଅଟଳ ରୁହେ ଓ ରୁଷିଆ ଆଇନ ପାଳନ ନ’କରେ ତେବେ କଟକଣା ଜାରି ରହିବ । ଦିମିତ୍ରୀ ସ୍ଥାନୀୟ MAX କମ୍ପାନୀକୁ ବ୍ୟବହାର କରିବାକୁ ଜନତାଙ୍କୁ ପରାମର୍ଶ ଦେଇଛନ୍ତି କାରଣ ମ୍ୟାକ୍ସ ରୁଷିଆ ନିର୍ମିତ କମ୍ପାନୀ ଅଟେ ।














