କୋଭିଡ ସମୟରେ ଯେତେବେଳେ ରାଜ୍ୟବାସୀ ତ୍ରାହି ତ୍ରାହି ଡାକ ଦେଉଥିଲେ, ସେତେବେଳେ ଭୁବନେଶ୍ବରରୁ ପୁନେ ଓ ମୁମ୍ବାଇ ସହରକୁ ଚାର୍ଟରରେ ଉଡୁଥିଲେ ନେତା । ଏଭଳି ଜନବିରୋଧୀ ନେତାଙ୍କୁ ଦଳରୁ ବିତାଡିତ କରିଛି ବିଜେଡି । ତେବେ ବିଜେଡିରୁ ବିତାଡିତ ହେବା ପରେ ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ରାଜନୈତିକ ଆକ୍ରୋଶର ଶୀକାର ହୋଇଛନ୍ତି ବୋଲି କହିଛନ୍ତି । ଭାବି ଜ୍ବାଇଁଙ୍କ ସହ ଚାର୍ଟରରେ ସପରିବାର ଯିବା କିଛି ଅପରାଧ ନୁହେଁ ବୋଲି କହିଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ସୁଜାତା କହିଛନ୍ତି, ଆମେ ଆମ ଭାବି ଜ୍ବାଇଁଙ୍କ ସହ ଚାର୍ଟରରେ ଯିବା ଯଦି ଅପରାଧ, ତେବେ ଆମ ସହ ବିଜେଡିର ଆଉଜଣେ ନେତା ଚାର୍ଟରରେ ଉଡିଛନ୍ତି । ସେ ହେଉଛନ୍ତି ଅରୂପ ପଟ୍ଟନାୟକ । ଜୁଲାଇ 11 ତାରିଖରେ ଅରୂପ ପଟ୍ଟନାୟକ ଆମ ସହ ପୁନେ ଯାଇଥିଲେ ଏବଂ ସେଠାରୁ ସେ ମୁମ୍ବାଇ ପର୍ଯ୍ୟନ୍ତ ଏକା ଯାଇଥିଲେ । ଯଦି ଚାର୍ଟରରେ ବୁଲିବା ଆମ ପାଇଁ ଆପରାଧ, ତେବେ ଅରୂପ ପଟ୍ଟନାୟକଙ୍କ ବିରୋଧରେ କଣ ପାଇଁ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । କାରଣ ସେ ସରକାରରେ ଅଛନ୍ତି ବୋଲି ସୁଜାତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here