ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ ବିଚ୍ । ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ପ୍ରୟାସ ଆରମ୍ଭ ହୋଇଛି । ଆଜି ପାରାଦୀପ ଲାଇଟହାଉସ ବେଳାଭୂମି ରେ ଜଗତସିଂହପୁର ଜିଲ୍ଲାପାଳ, ଏସପି ଏବଂ ଅଧିକାରୀ ମାନଙ୍କ ସହିତ ଏ ନେଇ ବିସ୍ତୃତ ଆଲୋଚନା କରିବା ସହିତ ବ୍ଲୁ ଫ୍ଲାଗ ବିଚ ନିର୍ମାଣର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ପାରାଦୀପ ସମୁଦ୍ର ବେଳାଭୂମି କୁ ବ୍ଲୁ ଫ୍ଲାଗ ବିଚ୍ ନିର୍ମାଣ ପାଇଁ କାର୍ଯ୍ୟ ଜାରି ରହିଥିବା ବେଳେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରାଯାଉଛି। ପୁରୀ, ପାରାଦୀପ ଓ ଭୁବନେଶ୍ୱର କୁ ଏକୋନୋମିକାଲ କରିଡ଼ର ନିର୍ମାଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପାରାଦୀପରେ ବ୍ଲୁ ଫ୍ଲାଗ ବିଚ ନିର୍ମାଣ ହେବାପରେ, ଗୋଆ ବିଚ ଭଳି ପାରାଦୀପ ବେଳାଭୂମିକୁ ଦେଶ ବିଦେଶ ରୁ ପର୍ଯ୍ୟଟକ ମାନଙ୍କ ଆଗମନ ହେବ ଏବଂ ଏହା ଫଳରେ ସ୍ଥାନୀୟ ଲୋକେ ସ୍ୱାବଲମ୍ବୀ ହେବା ସହିତ ଓଡିଶା ପର୍ଯ୍ୟଟନ ଦେଶ ବିଦେଶରେ ସୁନାମ ଅର୍ଜନ କରିବ।

LEAVE A REPLY

Please enter your comment!
Please enter your name here