ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ବାରମ୍ବାର ତ୍ରୁଟି ପରିଲକ୍ଷିତ ହେଉଛି. ପରୀକ୍ଷା ଆରମ୍ଭରୁ ମାତୃଭାଷା ପ୍ରଶ୍ନପତ୍ର ଲିକ ପରେ ଏବେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି. ବଲାଙ୍ଗିରରେ ପରୀକ୍ଷା ଆରମ୍ଭ ହେବାର 15 ମିନିଟ ପରେ ହ୍ୱାଟସ ଆପରେ ଘୂରି ବୁଲିଲା ପ୍ରଶ୍ନପତ୍ର. ପୂର୍ବରୁ ଏହି ଘଟଣାରେ 11 ଜଣ ଗିରଫ ହୋଇଥିଲେ ମଧ୍ୟ ପ୍ରଶ୍ନପତ୍ର ଭାଇରାଲ ବନ୍ଦ ହୋଇନି. ବଲାଙ୍ଗିର ଛଡା ସଇଁତଳା ଓ ପାଟଣାଗଡରେ ମଧ୍ୟ ଭାଇରାଲ ହୋଇଥିବା ସୂଚନା ମିଳିଛି. ତେବେ ସେଟ୍-‘ଏ’ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି.

LEAVE A REPLY

Please enter your comment!
Please enter your name here