ପାଟନା ହାଇକୋର୍ଟ ବିଧାନସଭାର ଶାସକ ଏବଂ ବିରୋଧୀ ଦଳର ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ନିର୍ବାଚନବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିବା ମାମଲାରେ ହାଇକୋର୍ଟରୁ ନୋଟିସ୍ ଆସିଛି । ନିର୍ବାଚନୀ ସମୟରେ ମିଥ୍ୟା ସୂଚନା ଦେବା ଓ ଅନିୟମିତତା ଅଭିଯୋଗର ଜବାବ ମାଗିଛନ୍ତି କୋର୍ଟ । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପରାଜିତ ହୋଇଥିବା ପ୍ରାର୍ଥୀମାନେ ମିଥ୍ୟା ସତ୍ୟପାଠ କରିଥିବା ନେଇ ପାଟନା ହାଇକୋର୍ଟରେ ଆବେଦନ କରିଛନ୍ତି । ଆବେଦନକାରୀମାନେ ଅଭିଯୋଗ କରିଛନ୍ତି ଯେ ବିଜୟୀ ପ୍ରାର୍ଥୀମାନେ ନାମାଙ୍କନ ସମୟରେ ସେମାନଙ୍କ ଶପଥ ପତ୍ରରେ ତଥ୍ୟ ଲୁଚାଇଥିଲେ। ପ୍ରାଥମିକ ଶୁଣାଣି ପରେ, କୋର୍ଟ ସମସ୍ତ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ମାମଲାରେ ବିଧାନସଭା ବାଚସ୍ପତି ପ୍ରେମ କୁମାରଙ୍କ ସମତେ ଶାସକ ଏବଂ ବିରୋଧୀ ଦଳର ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି । ନିର୍ଦ୍ଧାରିତ ସମୟ ଭିତରେ ସ୍ପଷ୍ଟୀକରଣ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକମାନଙ୍କୁ ସେମାନଙ୍କର ପକ୍ଷ ଉପସ୍ଥାପନ କରିବା ପାଇଁ ହାଇକୋର୍ଟ ସେମାନଙ୍କୁ ପୂର୍ଣ୍ଣ ସୁଯୋଗ ଦେଇଅଛି।

LEAVE A REPLY

Please enter your comment!
Please enter your name here