ବର୍ତ୍ତମାନ ହାଇଆଲର୍ଟରେ ନୂଆ ଦିଲ୍ଲୀ । ଆତଙ୍କବାଦୀ ହମଲା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଦିଲ୍ଲୀର ସମସ୍ତ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି ଜନଗହଣଳି ପୂର୍ଣ୍ଣ ସ୍ଥାନ ଏବଂ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଇଛି, ଲାଲକିଲ୍ଲାଠାରୁ ଆରମ୍ଭ କରି ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ପୋଲିସ ପହରା ଦେଉଛନ୍ତି । ସୁଚନା ଅନୁଯାୟୀ, ଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଦିଲ୍ଲୀରେ ଆଇଇଡି ବିସ୍ଫୋରଣ କରିବାର ବଡ଼ ଷଡ଼ଯନ୍ତ୍ର କରିଛି । ବିଶେଷକରି ଜନଗହଣଳି ପୂର୍ଣ୍ଣ ସ୍ଥାନ ଏବଂ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଇଛି । ପୁରୁଣା ଦିଲ୍ଲୀ ଚାନ୍ଦିନୀ ଚୌକ ନିକଟରେ ଥିବା ମନ୍ଦିରକୁ ମଧ୍ୟ ଷଡ଼ ଟାର୍ଗେଟ କରାଯାଇଛି । ଫେବୃଆରୀ ୬ରେ ପାକିସ୍ତାନ ଇସ୍ଲାମାବାଦର ଏକ ମସଜିଦରେ ହୋଇଥିବା ବୋମା ବିସ୍ଫୋରଣ ପରେ ଲସ୍କର-ଏ-ତୋଏବା ଭାରତକୁ ଟାର୍ଗେଟ୍ କରିଥିବା ଜଣାପଡ଼ିଛି । ଆତଙ୍କବାଦୀ ଆକ୍ରମଣର ରିପୋର୍ଟ ହସ୍ତଗତ ହେବା ପରେ ସମ୍ପୂର୍ଣ୍ଣ ହାଇଆଲର୍ଟ ଜାରି କରାଯାଇଛି । ଦିଲ୍ଲୀର ଜନଗହଳି ସ୍ଥାନ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇଛି,ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରାଯିବା ସହ ସମସ୍ତ ସ୍ଥାନରେ ଲାଗିଥିବା ସିସିଟିଭି ଉପରେ ମଧ୍ୟ ନଜର ରଖାଯାଇଛି । କୌଣସି ସନ୍ଦିଗ୍ଧଙ୍କ ଉପରେ ଟିକେ ସନ୍ଦେହ ହେଲେ ପୋଲିସକୁ ସୂଚନା ଦେବାକୁ ସ୍ଥାନୀୟ ଲୋକ, ଦୋକାନୀ, ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି ।













