କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକାର ମିଶ୍ରଣରୁ ମିଳିଛି ସୁଫଳ । ଉଭୟ ଟିକାର ମିକ୍ସିଂ ଓ ମ୍ୟାଚିଂର ଅନୁଧ୍ୟାନ ହୋଇଛି । ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସୃଷ୍ଟି ହେଉଛି ଅଧିକ ରୋଗ ପ୍ରତିରୋଧକ ଶକ୍ତି । କେବଳ କୋଭାକ୍ସିନ ବା କୋଭିସିଲ୍ଡ ନେଇଥିବା ବ୍ୟକ୍ତିଙ୍କ ତୁଳନାରେ ସେମାନଙ୍କ ଶରୀରରେ ଅଧିକ ପ୍ରତିରୋଧକ ଶକ୍ତି ଜାତ ହୋଇଥାଏ ବୋଲି ପୁଣେ ସ୍ଥିତ ଜାତୀୟ ଭୂତାଣୁ ଗବେଷଣା ପ୍ରତିଷ୍ଠାନ ବା ଏନଆଇଭି କହିଛି ।
ଉତ୍ତରପ୍ରଦେଶର ସିଦ୍ଧାନ୍ତ ନଗରରେ ଉଭୟ କୋଭାକ୍ସିନ ଓ କୋଭିସିଲଡ ନେଇଥିବା ୧୮ ଜଣ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ପରେ ଏନଆଇଭି ତଥ୍ୟ ପ୍ରଦାନ କରିଛି । ଏହି ଗବେଷଣା ଆଇସିଏମଆର ଓ ଏନଆଇଭି ପକ୍ଷରୁ ମିଳିତ ଭାବେ କରାଯାଇଥିଲା । କୋଭିଡ ମହାମାରୀ ବିରୋଧରେ ଦେଶରେ ଗତ ଜାନୁଆରୀରୁ ଟିକାକରଣ ଆରମ୍ଭ କରାଯାଇଥିବା ବେଳେ କକଟେଲ ଟିକାକୁ ନେଇ ବିଶ୍ବରେ ବିଭିନ୍ନ ଚର୍ଚ୍ଚା ଜାରି ରହିଛି । ଏପରିକି ଭେଲୋର ହସପିଟାଲରେ ସ୍ବାସ୍ଥ୍ୟବାନ୍ 300 ସ୍ବେଚ୍ଛାସେବୀଙ୍କୁ ମିକ୍ସଡୋଜ୍ ପ୍ରଦାନ କରି ପରୀକ୍ଷା କରାଯାଇଛି । ତେବେ ବିଶ୍ବସ୍ବାସ୍ଥ୍ୟ ସଂଗଠନ ଏଭଳି ମିକ୍ସଡୋଜ୍ ବ୍ୟକ୍ତିଗତ ଭାବେ ମନଇଚ୍ଛା ନ ନେବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here