ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ-୫୫ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଫେରାର ହୋଇଯାଇଛି । ମୃତକଙ୍କ ମଧ୍ୟରେ ଛାତ୍ର ବିଜେଡି ନେତା ଅମିତ କୁମାର ସାହୁ ଓ ଭୀଷ୍ମ ସାହୁ ଅଛନ୍ତି । ଗତକାଲି ରାତି ପ୍ରାୟ ୧୨ଟା ୪୦ରେ ଏକ କାରରେ ୩ ଜଣ ଯୁବକ ଅନୁଗୁଳରୁ ସମ୍ବଲପୁର ଯିବା ରାସ୍ତାରେ ମରାତିରା ଛକ ନିକଟରେ ଏକ ପାଇପ୍ ବୋଝେଇ ଟ୍ରକ୍‌କୁ କାର୍ ପଛ ପଟୁ ଧକ୍କା ହୋଇଥିଲା ଓ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଜଣେ ଗୁରୁତର ଆହତ ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here