ରାଜ୍ୟରେ ଲଗାଣବର୍ଷା ଲାଗି ରହିବା ଯୋଗୁ ଦକ୍ଷିଣ ଓଡିଶାର ସ୍ଥିତି ବେହାଲ ହୋଇପଡିଛି । ସମ୍ବଲପୁର, ଅନୁଗୁଳ, ବରଗଡ, କେନ୍ଦୁଝର ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି । ଆସନ୍ତା 24 ଘଣ୍ଟା ଭିତରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା 12 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗଞ୍ଜାମ ଜିଲ୍ଲା ଚିକିଟିରେ ସର୍ବାଧିକ 185 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ପ୍ରବଳ ବର୍ଶା ଲାଗି ରହିବା ଯୋଗୁ ଅଧିକାଁଶ ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।
ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ତିନି ଚାରିଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଦୁଇପାଖରେ ଟ୍ରକସବୁ ଛିଡା ହୋଇଛନ୍ତି । ମୋଟୁ ନିକଟରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ଯୋଗୁ ଆନ୍ଧ୍ର,ତେଲେଙ୍ଗାନା ଓ ଛତିଶଗଡକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ।

LEAVE A REPLY

Please enter your comment!
Please enter your name here