ଆଫଗାନିସ୍ତାନ ସୀମାରେ ପାକିସ୍ତାନ ରବିବାର କରିଛି ଏୟାରଷ୍ଟ୍ରାଇକ । ପାକିସ୍ତାନ ସେନା ତେହରିକ ଏ ତାଲିବାନ ପାକିସ୍ତାନର ଆଡ୍ଡା ଉପରେ ହମଲା କରିଛି । ଏହି ଏୟାର ଷ୍ଟ୍ରାଇକରେ ୧୨ ଆତଙ୍କୀ ନିପାତ ହୋଇଛନ୍ତି । ପାକିସ୍ତାନ ଖୈବର ପଖତୁନଖ୍ୱାରେ ଶନିବାର ଘଟିଥିବା ଆତ୍ମଘାତୀ ହମଲା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର ଗୁଇନ୍ଦା ତଥ୍ୟ ଆଧାରରେ ଏକ ଅଭିଯାନ ଚାଲିଥିବା ସମୟରେ ବଡ଼ ହମଲାରେ ଦୁଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପାଇଁ ପାକିସ୍ତାନ ଟିଟିପିକୁ ଦାୟୀ କରିଥିଲା । ପ୍ରତିଶୋଧ ସ୍ୱରୂପ ଆଫଗାନିସ୍ତାନ ସୀମା ସ୍ଥିତ ଟିଟିପିର ଆଡ୍ଡା ଉପରେ ରବିବାର ସକାଳେ ଏୟାର ଷ୍ଟ୍ରାଇକ କରିଛି ପାକିସ୍ତାନ ।
ଏଥିରେ ୧୨ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା କୁହାଯାଉଛି । ମନ୍ତ୍ରଣାଳୟ ଏହା ଦାବି କରିଛି ଯେ, ଘଟିଥିବା ଆତ୍ମଘାତୀ ହମଲା ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ସଠିକ୍ ଏବଂ ସାବଧାନର ସହ କରାଯାଇଛି ।














