କେକେବିଏନ୍ ଡିଭିଜନର ଡିଭିସିଏମ୍ ର ଜଣେ ମାଓବାଦୀକୁ ଅନ୍ୟ ଜଣେ ହାର୍ଡକୋର୍ ମାଓବାଦୀ ଶୁକ୍ରୁ ହତ୍ୟା କରିଛି । କନ୍ଧମାଳ ଏସପି ହରିଶ ବି.ସି ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରିଛନ୍ତି । ସୁଚନା ଅନୁଯାୟୀ, ଗତ ଜାନୁଆରୀ ୨୯ ତାରିଖରେ ଅନ୍ୱେଷକୁ ହତ୍ୟା କରାଯାଇଛି । ଅନ୍ୱେଷର ଘର ଛତିଶଗଡ଼ର ବିଜାପୁରରେ । ମାଓ ନେତା ଶୁକ୍ରୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ଓ ସୁରକ୍ଷାବାହିନୀ ଅନ୍ୱେଷର ମୃତଦେହ ମାଟିରୁ ଖୋଳି ବାହାର କରି ବ୍ୟବଛେଦ ପାଇଁ ପଠାଇଛି । ଅନ୍ୱେଷ ମୃତଦେହର ଶବ ବ୍ୟବଚ୍ଛେଦ କରାଯାଇଛି ଓ ଶୁକ୍ରୁ ନାଁରେ ଦାରିଙ୍ଗବାଡି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ସୁରକ୍ଷାବାହିନୀ ଦୀର୍ଘଦିନ ହେବ ଅନ୍ୱେଷକୁ ଖୋଜୁଥିଲା ଓ ତା ମୁଣ୍ଡ ଉପରେ ୨୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସରକାରଙ୍କ ଆହ୍ୱାନ ପରେ ନିଜ ସାଥୀଙ୍କ ସହିତ ଅନ୍ୱେଷ ଆତ୍ମସମର୍ପଣ କରିବାକୁ ଚାହୁଁଥିବାରୁ ଶୁକ୍ରୁ ତାକୁ ହତ୍ୟା କରିଥିବା ଏସପି କହିଛନ୍ତି । ଶୁକ୍ରୁ ଷ୍ଟେଟ୍ କମିଟି ମେମ୍ବର ଅଟେ । କନ୍ଧମାଳରେ ଥିବା ୩୫ ମାଓବାଦୀଙ୍କ ମଧ୍ୟରେ ଶୁକ୍ରୁ ମଧ୍ୟ ରହିଛି । କନ୍ଧମାଳ ଜିଲ୍ଲା ପୋଲିସ ତାକୁ ଧରିବାକୁ ତଲାସୀ ଅଭିଯାନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here