ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ,ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପ୍ରଶ୍ନ କରିବା ପଡ଼ିଲା ମହଙ୍ଗା । ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୃଙ୍ଖଳିତ ଆଚରଣ ପାଇଁ ଶନିବାର ଦଳର ସଭାପତି ନବୀନ, ପ୍ରଭାତଙ୍କୁ ବହିଷ୍କୃତ କରିଛନ୍ତି । ଆଜି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ପାଇଁ ସମସ୍ତ ବିଧାୟକ ଏବଂ ନେତାଙ୍କୁ ଡକାଯାଇଥିଲା । ପ୍ରଭାତ ବିଶ୍ୱାଳ ପୁଅ ସୌଭିକ ବିଶ୍ୱାଳଙ୍କ ସହିତ ନବୀନ ନିବାସରେ ପହଁଚିଥିଲେ । ସୁପ୍ରିମୋ ନବୀନ ଘୋଷଣାନାମା ପଢ଼ୁଥିବା ବେଳେ ହଠାତ୍ ପ୍ରଭାତ, ଗୋଟିଏ ମିନିଟ୍ କହିବାକୁ ଅନୁମତି ମାଗିଥିଲେ ଓ ନବୀନ ପଟ୍ଟନାୟକ କହିଥିଲେ ଯେ ପରେ ଆଲୋଚନା କରିବା । ପ୍ରଭାତ, ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ ଓ କହିଥିଲେ ଯାହାକୁ ପ୍ରାର୍ଥୀ କରାଯାଉଛି ତାହା ଠିକ୍ ନୁହେଁ । ଏହି ସମୟରେ ନବୀନ ପ୍ରଭାତଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କିଏ ଏହି ନିଷ୍ପତ୍ତି ନେବାକୁ । ଏହି ସମୟରେ ପ୍ରଭାତଙ୍କ ପୁଅ ସୌଭିକ ମଧ୍ୟ ଚିଲାଇବା ଆରମ୍ଭ କରିଥିଲେ ଓ କିଛି ବିଧାୟକ ପ୍ରଭାତଙ୍କୁ ବୁଝାସୁଝା କରି କକ୍ଷରୁ ବାହାରକୁ ନେଇ ଆସିଥିଲେ । ବାହାରକୁ ଆସିବା ପରେ ପ୍ରଭାତ ନିଜର ଅସନ୍ତୋଷ ଝାଡ଼ିଥିଲେ ଓ କହିଥିଲେ ଏହା ଏକପାଖିଆ ନିଷ୍ପତ୍ତି ଅଟେ, ଯେଉଁମାନେ ପ୍ରକୃତ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଳ ପୁରସ୍କାର ଦେଉ ।

LEAVE A REPLY

Please enter your comment!
Please enter your name here