ନିର୍ବାଚନ ବିଗୁଲ୍ ବାଜିବା ପୂର୍ବରୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ବିଭିନ୍ନ ସମ୍ବାଦପତ୍ର, ଟିଭି ବିଜ୍ଞାପନ ଓ ହୋର୍ଡିଂ ଲଗାଇ ପ୍ରଚାର ପ୍ରସାର ଜୋରଦାର କରିଥିବା ବେଳେ ସେଥିରେ ଲାଗିଥିବା ଦଳୀୟ ଚିହ୍ନ ଶଙ୍ଖକୁ ନେଇ ଆପତ୍ତି ଉଠାଇଛନ୍ତି ନିର୍ବାଚନ କମିଶନ । ଏହା ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମାର ଖୋଲାଖୋଲି ଉଲ୍ଲଂଘନ । ତେବେ ଏ ସଂପର୍କରେ ଆସନ୍ତା ମାର୍ଚ୍ଚ 2 ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ରାଜ୍ୟ ସରକାର ଓ ବିଜୁ ଜନତା ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ଉପରେ କଟକଣା ଥିଲେ ମଧ୍ୟ ରାଜ୍ୟରେ ବିଜେଡି ସରକାର ବିଭିନ୍ନ ସରାକରୀ ବିଜ୍ଞାପନରେ ଦଳୀୟ ସଙ୍କେତ ଶଙ୍କ ଚିହ୍ନ ବ୍ୟବହାର କରୁଥିବାରୁ ବିରୋଧୀ ପ୍ରତିବାଦ କରିଥିଲେ । 2016ରେ ଜାତୀୟ ନିର୍ବାଚନ କମିଶନ କୌଣସି ରାଜନୈତିକ ଦଳ ସରକାରୀ ଅର୍ଥରେ ଦଳୀୟ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ଲୋକଙ୍କ ଟିକସ ଅର୍ଥରେ ଦଳୀୟ ପ୍ରଚାର ଉପରେ କଟକଣା ଜାରି କରାଯାଇଛି । ଏହାସତ୍ତ୍ବେ ଗତ କିଛିମାସ ଧରି ରାଜ୍ୟ ସରକାର ଶଙ୍ଖ ଚିହ୍ନ ଥାଇ ସରକାରୀ ବିଜ୍ଞାପନ ଦେଉଥିବାରୁ ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ମିଶ୍ର ଅଡିଟ୍ ପାଇଁ ସିଏଜିକୁ ଚିଠି ଲେଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here