ମଧ୍ୟପ୍ରାଚ୍ୟରେ ଲାଗିରହିଛି ଯୁଦ୍ଧ । ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟପ୍ରାଚ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ସହଯୋଗ କରିବାକୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।ଏହି ସୂଚନା ଦେଇଛନ୍ତି, ଉଚ୍ଚ ଶିକ୍ଷା ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।ସେହି ସ୍ଥାନରେ ଥିବା ବ୍ୟକ୍ତିମାନେ କୌଣସି ପ୍ରତିକୂଳ ପରିସ୍ଥିତିରେ ବୈଦେଶିକ ମନ୍ତ୍ରାଳୟ ଏବଂ ଓଡ଼ିଶା ପରିବାର ସ୍ୱତନ୍ତ୍ର ଅଧିକାରୀଙ୍କୁ ସମ୍ପର୍କ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରବାସୀ ଓଡ଼ିଆମାନେ ବୈଦେଶିକ ମନ୍ତ୍ରାଳୟ- ୮୦୦୪୬୩୪୨, ହ୍ବାଟ୍ସଆପ୍‌-୯୭୧୫୪୩୦୯୦୫୭୧ ଏବଂ ଓଡ଼ିଶା ପରିବାର ସ୍ୱତନ୍ତ୍ର ଅଧିକାରୀ-୯୫୮୩୩୨୧୯୬୪ ଙ୍କୁ ଏହି ନମ୍ବର ମାଧ୍ୟମରେ ସମ୍ପର୍କ କରିପାରିବେ । ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଜରୁରୀ କାଳୀନ ଉଚ୍ଚସ୍ତରୀୟ ବୈଠକ କରାଯାଇଛି ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ପାଇଁ ଓଡ଼ିଶା ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଓ ବିଭିନ୍ନ ପ୍ରବାସୀ ଭାରତୀୟ ସଂସ୍ଥାମାନଙ୍କ ସହ ମିଳିତ ଭାବେ ଏକ ୱାର୍କିଂ ଗ୍ରୁପ ଗଠନ ହୋଇଛି ।

LEAVE A REPLY

Please enter your comment!
Please enter your name here