ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିବେ । କଟକ ଓ ଭୁବନେଶ୍ବରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଆସନ୍ତାକାଲି କଟକ ମୁଣ୍ଡଳୀ ଠାରେ CISFର ପ୍ରତିଷ୍ଠା ଦିବସରେ ଯୋଗଦେବେ ଅମିତ ଶାହ। କଟକରୁ ଫେରି ଭୁବନେଶ୍ବର ଇନଫୋଭାଲିରେ ଏନଏଫଏସୟୁ ଓ ସିଏଫଏସଏଲର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେବେ। ନ୍ୟାସନାଲ ଫରେନସିକ ସାଇନସେସ ୟୁନିଭର୍ସିଟି ଓ ସେଣ୍ଟ୍ରାଲ ଫରେନସିକ ସାଇନସ ଲାବୋଟୋରୀର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିବେ । ଏଥିସହ ଫରେନସିକ ଶିକ୍ଷା ଓ ଯାଞ୍ଚ ପ୍ରକ୍ରିୟାକୁ ମଜଭୁତ କରିବାକୁ ଇ-ଟ୍ରାଞ୍ଜିଟ କ୍ୟାମ୍ପସର ଉଦଘାଟନ କରିବେ। ଏହା ସହ ଇଫକୋ-ପାରାଦୀପ ୟୁନିଟର ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ମଧ୍ୟ ଉଦଘାଟନ କରିବେ ଓ ପରେ ଇଡକୋ ଗ୍ରାଉଣ୍ଡରେ ନୂଆ ନ୍ୟାୟ ସଂହିତା ନେଇ ଜନସଚେତନତା ସଂପର୍କରେ ପ୍ରଦର୍ଶନୀର ଉଦଘାଟନ କରିବେ। ଶେଷରେ ସମବାୟ ସେବାରେ ଦୁଗଧଜାତ ଉତ୍ପାଦନ ବୃଦ୍ଧି, ଯୁବଶକ୍ତି ସଶକ୍ତିକରଣ ଓ କୃଷକ ବିକାଶ ସଂପର୍କିତ ଶ୍ବେତ କ୍ରାନ୍ତି ୨.୦ କାର୍ଯ୍ୟକ୍ରମରେ ଯୋଗଦେବ।













