ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ କାଶ୍ମୀର ପ୍ରସଙ୍ଗରେ କଡା ଜବାବ ଦେଲେ ଜାତିସଂଘ ସାଧାରଣ ପରିଷଦରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଆକ୍ଷେପ କରିଥିଲେ । ଭାରତୀୟ ପ୍ରତିନିଧି ସ୍ନେହା ଦୁବେ ଜବାବ ରଖି କହିଥିଲେ, କାଶ୍ମୀର ଓ ଲାଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଓ ରହିବ । ଜାତିସଂଘ ସାଧାରଣ ପରିଷଦରେ ସ୍ନେହା ଦୁବେଙ୍କ ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here