ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଜେପିର ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ଗୁରୁବାର ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାର ବିଧାନସଭାରେ ଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମନମୋହନ ଏବଂ ସୁଜିତ କୁମାର ଉଭୟ ପ୍ରଥମେ ରାମମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ଓ ଭଗବାନଙ୍କ ଆଶୀର୍ବାଦ ନେଇ ବିଧାନସଭା ଅଭିମୁଖେ ବାହାରିଥିଲେ ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ଉଭୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି ।














