ଚୀନ ସୀମାନ୍ତରେ ଉତ୍ତେଜନା I ଲାଦାଖ ସ୍ଥିତ ଗାଲଓ୍ବାନ ଭ୍ୟାଲିରେ ଦୁଇ ସେନା ମଧ୍ୟରେ ସଂଘର୍ଷ ଘଟିବା ଫଳରେ ଭାରତୀୟ ସେନାର ଜଣେ ଅଫିସର ଓ ଦୁଇଜଣ ସୈନିକ ସହିଦ ହୋଇଛନ୍ତି I ତେବେ ଦୁଇ ସେନାଙ୍କ ମଧ୍ୟରେ କୌଣସି ଗୁଳିଗୋଳା ବିନିମୟ ହୋଇ ନଥିଲା, ବରଂ ଉଭୟ ଦେଶର ସେନା ହାତାହାତି ହେବା ପରେ ମୃତାହତ ହୋଇଛନ୍ତି I ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ଘଟି କେହି ମୃତାହତ ହେବା 1975 ପରେ ପ୍ରଥମ ଘଟଣା ବୋଲି ସେନା ବାହିନୀ ପକ୍ଷରୁ କୁହାଯାଇଛି I ଚୀନ ଏଭଳି ସଂଘର୍ଷ ପାଇଁ ଭାରତକୁ ଦାୟୀ କରିଥିବା ବେଳେ ଚୀନ ସେନା ଏଲଓସି ନିକଟରେ ବାରମ୍ବାର ଭାରତ ସମୀ ମଧ୍ୟକୁ ପ୍ରବେଶ କରୁଥିବାରୁ ଏଭଳି ଉତ୍ତେଜନା ପ୍ରକାଶ ପାଇଛି I ଭାରତ ପକ୍ଷରୁ ସମୀନ୍ତରେ ତିଆରି କରାଯାଉଥିବା ରାସ୍ତାକୁ ନେଇ ଚୀନ ଅସନ୍ତୁଷ୍ଟ ଥିବା ବେଳେ ବାରମ୍ବାର ଏଭଳି ଉତ୍ତେଜନା ସୃଷ୍ଟି କରୁଛି I ସୀମାନ୍ତରେ ଉତ୍ତେଜନା ନେଇ ଦୁଇପକ୍ଷର ସେନାଧିକାରୀମାନେ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି I I I

LEAVE A REPLY

Please enter your comment!
Please enter your name here