ଭାରତ ମହାସାଗରରେ ଇରାନର ଯୁଦ୍ଧପୋତ ଆଇଆରଆଇଏସ ଡେନା ଭାରତରେ ଆୟୋଜିତ ନୌସୈନିକ ସମରାଭ୍ୟାସରରୁ ଫେରୁଥିବା ବେଳେ ଆମେରିକା ଏହାକୁ ହମଲା କରିଥିଲା । ଇରାନ ଏହି ହମଲାକୁ ଅନ୍ତର୍ଜାତୀୟ ଆଇନର ବିରୋଧ ଦର୍ଶାଇ ଆମେରିକାକୁ ଦେଇଛି କଡା ଚେତାବନୀ । ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଅବାସ ଅରଘଚି ଏହି ହମଲାକୁ କଡା ନିନ୍ଦା କରିଛନ୍ତି । ସେ କହିଛନ୍ତି, ଅନ୍ତର୍ଜାତୀୟ ପାଣିରେ ଇରାନ ଜାହାଜ ଉପରେ ହମଲା କରିବା ବହୁତ ବଡ ଅପରାଧ । ଏହି ଜାହାଜ ନିକଟରେ ଭାରତର ନୌସେନା କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିଲା । ଏଥିରେ ପ୍ରାୟ ୧୩୦ ନାବିକ ଥିଲେ । ଅରାଘଚି ଚେତାବନୀ ଦେଇଛନ୍ତି ଯେ, ଏହି ଧରଣର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ । ସୂଚନା ଅନୁଯାୟୀ, ଆମେରିକାର ଏକ ବୁଡାଜାହାଜ ଅନ୍ତର୍ଜାତୀୟ ଜଳ କ୍ଷେତ୍ରରେ ଇରାନର ଫ୍ରିଗେଟ୍ ଆଇଆରଆଇଏସ ଡେନାକୁ ଟରପିଡୋରୁ ହମଲା କରିଥିଲା । ଏହି ଘଟଣା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ଆମେରିକା ଟରପିଡୋ ଦ୍ୱାରା ଶତ୍ରୁ ଦେଶର ଜାହାଜକୁ ଟାର୍ଗେଟ୍ କରିଛି । ଏହି ଆକ୍ରମଣ ଶ୍ରୀଲଙ୍କାର ଦକ୍ଷିଣ ସମୁଦ୍ର ନିକଟରେ ଭାରତ ମହାସାଗରରେ ଘଟିଥିଲା ।














